- 1 ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।
- 2 ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନକରି ତାହାଙ୍କ ନାମର ଧନ୍ଯବାଦ କର। ତାଙ୍କର ଶକ୍ତି ପରିତ୍ରାଣ ବିଷଯରେ, ପ୍ରତିଦିନ ସୁ-ସମାଚାର ଶୁଣାଅ।
- 3 ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।
- 4 ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ "ଦବଗେଣ"ଙ୍କ ଅପେକ୍ଷା ଭୟର ୟୋଗ୍ଯ।
- 5 ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର "ଦବଗେଣ" କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
- 6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।
- 7 ହେ ନାନାଦେଶୀଯ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର।
- 8 ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ।
- 9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
- 10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।
- 11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ।
- 12 ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ।
- 13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।
Psalms 096
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 96