wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଗୀତସଂହିତାଅଧ୍ୟାୟ 67
  • 1 ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।
  • 2 ତା'ପରେ ପୃଥିବୀର ଲୋକେ ତୁମ୍ଭ୍ ବିଷଯରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
  • 3 ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
  • 4 ଜାତିଗଣ ଖୁସି ହୁଅ ଓ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ।
  • 5 ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
  • 6 ଭୂମି ତା'ର ଫସଲ ଦିଏ। ହେ ପରମେଶ୍ବର, ଆମ୍ଭର ପରମେଶ୍ବର, ଆମ୍ଭକୁ ଆଶୀର୍ବାଦ କରିବା ଚାଲୁ ରଖ।
  • 7 ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତୁ।